ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ

ସୁଦୃଢ଼ ହେବ ରଣନୈତିକ ସହଭାଗିତା

ନୂଆଦିଲ୍ଲୀ, ୨୮/୧୧: ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। କ୍ରେମଲିନ ପକ୍ଷରୁ ବିବୃତ୍ତି ଜାରି କରାଯିବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏକ ସରକାରୀ ବିବୃତ୍ତିରେ ଏହି ଗସ୍ତକୁ ନିଶ୍ଚିତ କରିଛି।

୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ପୁଟିନ୍। ଭାରତ ଗସ୍ତରେ ଆସିବା ବେଳେ ପୁଟିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଏବଂ ତାଙ୍କ ସମ୍ମାନରେ ଏକ ନୈଶ ଭୋଜିର ଆୟୋଜନ କରିବେ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଗସ୍ତ ଭାରତ ଏବଂ ରୁଷର ନେତାମାନଙ୍କୁ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ। ଉଭୟ ପକ୍ଷ ଦୁଇ ଦେଶର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଆଲୋଚନାରେ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ରଣନୈତିକ ସହଭାଗୀତାର ସ୍ଥିତି ଉପରେ ଧ୍ୟାନ ଦିଆଯିବ।