ଭୁବନେଶ୍ୱର, ୦୮/୧୨: ଓଡ଼ିଶାରେ ଜାରି ରହିଛି ଶୀତ ଲହରୀ। ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବା ବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି ଜାରି ରହିବ। କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସେଲସିୟସକୁ ଖସିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜ୍ୟର ଦଶଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ଯେଉଁଥିରେ ସେମିଳିଗୁଡ଼ା (୪.୬ ଡିଗ୍ରୀ ସେଲସିୟସ), ରାଉରକେଲା (୭.୬ ଡିଗ୍ରୀ ସେଲସିୟସ), ଦାରିଙ୍ଗବାଡି (୭.୫ ଡିଗ୍ରୀ ସେଲସିୟସ), ଝାରସୁଗୁଡ଼ା (୭.୪ ଡିଗ୍ରୀ ସେଲସିୟସ), ଫୁଲବାଣୀ (୭.୨ ଡିଗ୍ରୀ ସେଲସିୟସ), ଚିପିଲିମା (୮.୭ ଡିଗ୍ରୀ ସେଲସିୟସ), ଅନୁଗୁଳ (୮.୮ ଡିଗ୍ରୀ ସେଲସିୟସ), କିରେଇ (୮.୯ ଡିଗ୍ରୀ ସେଲସିୟସ), କେଉଁଝର (୯.୬ ଡିଗ୍ରୀ ସେଲସିୟସ), ଫୁଲବାଣୀ (୭.୨ ଡିଗ୍ରୀ ସେଲସିୟସ), ସୁନ୍ଦରଗଡ଼ (୧୦ ଡିଗ୍ରୀ ସେଲସିୟସ) ରେକର୍ଡ କରାଯାଇଛି।
ଗତ ୭ ଦିନ ମଧ୍ୟରେ ରାଉରକେଲାରେ ରାତିର ତାପମାତ୍ରା ପ୍ରାୟ ୭° ସେଲସିୟସ୍ ହ୍ରାସ ପାଇଛି। ଡିସେମ୍ବର ୧ ତାରିଖରେ ପାରଦ ୧୪.୫° ସେଲସିୟସ୍ ଥିଲା, କିନ୍ତୁ ରବିବାର ଏହା ୭.୨° ସେଲସିୟସ୍ କୁ ଖସି ଆସିଥିଲା।