ବାରବାଟୀରେ ମହା ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ଟିମ୍ ଇଣ୍ଡିଆ

ପୁରୀରେ ଟିମ୍‌ ଇଣ୍ଡିଆର ୪ ଖେଳାଳି

କଟକ, ୦୯/୧୨: ଆଜି କଟକ ବାରବାଟୀରେ ହେବ ମହା ଲଢେଇ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ମ୍ୟାଚ ବିଶିଷ୍ଟ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ। ଆଉ କିଛି ଘଣ୍ଟା ପରେ କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହେବ। ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଉଭୟ ଦଳର ଖେଳାଳୀ ଓଡ଼ିଶାରେ ପହଞ୍ଚି ନେଟ୍ ପ୍ରାକ୍ଟିସ କରି ସାରିଛନ୍ତି।

ବାରବାଟୀ ମହାଲଢ଼େଇ ପୂର୍ବରୁ ଆଜି ଟିମ୍ ଇଣ୍ଡିଆର ଖେଳାଳି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିରରଛ ଯାଇ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳି ଜଗା ଦର୍ଶନ ପାଇଁ ଯାଇଛନ୍ତି। କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ତାଙ୍କ ପତ୍ନୀ ଅଛନ୍ତି। କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର ରହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଖେଳାଳି