କଟକ, ୦୯/୧୨: ଭାରତର ବାରବାଟୀରେ ଦମଦାର ବିଜୟ। ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ। ୧୩ ତମ ଓଭରରେ ମାତ୍ର ୭୪ ରନ୍ କରି ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ହୋଇଛି।
କଟକର ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ରେ ୧୭୫ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଦେଇଥିଲା ୧୭୬ ରନ୍ର ଟାର୍ଗେଟ୍। ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମୈଦାନକୁ ଓହ୍ଲାଇ ଥିଲା। ହେଲେ, ଦକ୍ଷିଣ ଆଫ୍ରିକା ୧୦୦ ରନ୍ ବି ଟପି ପାରିନଥିଲା। ପାଞ୍ଚ ମ୍ୟାଚ୍ T20 ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।
ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏହି ଟି୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାଜିତ କରିଛି। ୯ମ ଥର ପାଇଁ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ଟି୨୦ରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବଧାନରେ ବିଜୟ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲରେ ଅପରାଜିତ ୫୯ ରନ୍ ହାସଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦି ମ୍ୟାଚ୍ ମ୍ୟାଚ ହୋଇଛନ୍ତି। ୪ଟି ଛକା, ୬ଟି ଚୌକା ବଳରେ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ୍ କରିଥିଲେ। ବୁମ୍ରା ୧୦୦ତମ ୱିକେଟ ନେଇଥିଲେ।