ନୂଆଦିଲ୍ଲୀ, ୧୦/୧୨: ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ଦୀପାବଳିକୁ ମିଳିଲା ୟୁନେସ୍କୋ ମାନ୍ୟତା। ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଆନୁଷ୍ଠାନିକ ଭାବରେ ଦୀପାବଳି କୁ ସାମିଲ କରାଯାଇଛି। ଡିସେମ୍ବର ୧୦ରେ ଦିଲ୍ଲୀର ଲାଲ କିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃ ସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଛି।
ଏ ନେଇ ‘X’ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ। ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ। ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ” ବୋଲି ମୋଦି କହିଛନ୍ତି।
ଏହା ପୂର୍ବରୁ ଭାରତର ୧୬ଟି ସାଂସ୍କୃତିକ ପରମ୍ପରା UNESCOର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି। କୁମ୍ଭମେଳା, ଯୋଗ, ବୈଦିକ ସଂକୀର୍ତ୍ତନ, ରାମଲୀଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା, କେରଳର ମୁଦିୟେଟ୍ଟୁ, ଓଡିଶାର ଛଉ ନୃତ୍ୟ, ବୌଦ୍ଧ ସଂକୀର୍ତ୍ତନର ହିମାଳୟ ପରମ୍ପରା, ନବରୋଜ୍ ଏବଂ ସଂକ୍ରାନ୍ତି, ପୋଙ୍ଗଲ ଏବଂ ବୈଶାଖୀ ଅନ୍ତର୍ଭୁକ୍ତ।