ଜୁନିୟର ପୁରୁଷ ହକି ବିଶ୍ୱ କପ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ୟାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ

ଅନମୋଲ ଏକ୍କା ‘ପ୍ଲେୟର ଅଫ୍ ଦ ମ୍ୟାଚ୍’

ଭୁବନେଶ୍ୱର, ୧୧/୧୨: ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟି ଏଚଏଚପିସି) ୪ କ୍ୟାଡ଼େଟ । ଓଏନଟିଏଚ ଏଚପିସିର କ୍ୟାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି I ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ଅନମୋଲ ଏକ୍କା ପ୍ଲେୟର ଅଫ୍ ଦି ମ୍ୟାଚ ହୋଇଥିବା ବେଳେ ଏଚପିସିର ଆଦ୍ରୋହିତ ଏକ୍କା, ରୋଶନ କୁଜୁର ଏବଂ ରୋହିତ କୁଲୁ ତାମିଲନାଡୁରେ ହୋଇଥିବା ମ୍ୟାଚରେ ଆର୍ଜେଣ୍ଟିନା ଟିମ୍ ବିରୋଧରେ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ I ଭାରତ ୪-୨ର ବିଜୟ ସହିତ ପୋଡିୟମ୍ ଫିନିସ୍ ସୁନିଶ୍ଚିତ କରିଥିଲା I ମ୍ୟାଚରେ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଏବଂ ଡିଫେନସିବ୍‌ ମ୍ୟାଚ ସହ ଉଚ୍ଚ କୋଟିର କ୍ରୀଡ଼ା ପ୍ରଦର୍ଶନ କରିଥିଲେ।

ଭାରତୀୟ ଟିମ୍ ର ଏହି ବିଜୟ ଓ ଏନଟିଏଚଏଚପିସି ଏବଂ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଓଏନଟିଏଚଏଚପିସି ସିଇଓ ହେମନ୍ତ ଗୁପ୍ତା କହିଛନ୍ତି । “ଜୁନିୟର ୱାର୍ଚ୍ଚ କପ୍ ଦଳରେ ଆମ ଏଚପିସିର ଚାରିଜଣ କ୍ୟାଡେଟ୍ ରହିବା ଏବଂ ଅନମୋଲ ମ୍ୟାନ ଅଫ୍ ଦି ମ୍ୟାଚ୍ ହେବା, ଆମ ହାଇ ପରଫର୍ମାନ୍ସ୍ ସିଷ୍ଟମ୍‌ର ଦକ୍ଷତା ଏବଂ ଛାତ୍ର ଓ ପ୍ରଶିକ୍ଷକମାନଙ୍କ ନିଷ୍ଠାକୁ ପରିପ୍ରକାଶ କରୁଛି ।”

ଓଡିଶା ସରକାର, ଟାଟା ଷ୍ଟିଲ୍‌ ଏବଂ ଟାଟା ଟ୍ରଷ୍ଟର ମିଳିତ ପ୍ରୟାସରେ ଚାଲିଥିବା ଓ ଏନଟିଏଚଏଚପିସି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବା ଦିଗରେ ନିରନ୍ତର କାମ କରୁଛି I

ଏହି ସଫଳତା ପାଇଁ ଭାରତୀୟ ଟିମ୍ ରେ ଥିବା ଏଚପିସିର ୪ ଜଣ କ୍ୟାଡେଟ୍, ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ଏବଂ ସମସ୍ତ ସହ‌ଯୋଗୀମାନଙ୍କୁ ଏଚପିସି ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତ୍‌ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି।