କେନ୍ଦ୍ରାପଡ଼ା, ୧୩/୧୨: ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବାହାରିଲା ବନ୍ଧୁକ। ଏଭଳି ଘଟଣା ଘଟିଛି କୁଦାନଗରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଗଣିତ କ୍ଲାସ ଚାଲିଥିବା ବେଳେ ସାର୍ ଯାଞ୍ଚ କରିବାରୁ ଅଣ୍ଟାରୁ ବାହାରିଥିଲା ବନ୍ଧୁକ।
ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ବନ୍ଧୁକ ଜବତ କଲା ପୋଲିସ। ଜବତ ବନ୍ଧୁକକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଇଛି ପୋଲିସ। ଛାତ୍ରକୁ ସୁଧାର ଗୃହରେ ରଖି ତଦନ୍ତ କରୁଛି ପୋଲିସ। ଛାତ୍ରକୁ କୋରୁଆ ଅନାଥ ଆଶ୍ରମରେ ରଖି ପଚରାଉଚରା କରାଯାଉଛି।
ଛାତ୍ର ଜଣକ କିପରି ବନ୍ଧୁକ ପାଇଲେ ଏବଂ ଏହା କାର୍ଯ୍ୟକ୍ଷମ ଥିଲା କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ କହିଛି। ଏହି ଘଟଣା ସହିତ କୌଣସି ବୟସ୍କଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ନାବାଳକକୁ ପଚରାଉଚରା କରୁଛନ୍ତି।