ଭାରତରେ ଫୁଟବଲ ଷ୍ଟାର ଲିଓନେଲ୍ ମେସି

୪ ସହର ଗସ୍ତ କରିବେ

ନୂଆଦିଲ୍ଲୀ, ୧୩/୧୨: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନାଲ୍ ମେସୀ। ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଲିଓନେଲ୍ ମେସି। କୋଲକାତା ବିମାନବନ୍ଦରରେ ମେସିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଆଜି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ସାକ୍ଷାତ କରିବେ। ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଡିସେମ୍ବର ୧୫ରେ ଆର୍ଜେଣ୍ଟିନା ଫେରିବେ ମେସି।

କୋଲକାତା ପରେ ମୁମ୍ବାଇ, ହାଇଦ୍ରାବାଦ୍, ଦିଲ୍ଲୀରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟି ପାରନ୍ତି ମେସି।

୨୦୧୧ରେ ସେ ଶେଷ ଥର ପାଇଁ ଭାରତ ଆସିଥିଲେ‌।