PEOଙ୍କ ଘରେ ଭିଜିଲାନ୍ସ ରେଡ୍

ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଆନନ୍ଦପୁର, ୩୦/୧୨: ହାଟଡ଼ିହିର ବାଞ୍ଚୋ ଗ୍ରାମପଞ୍ଚାୟତ PEO ଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି। PEO ଜିତେନ୍ଦ୍ର ଜେନାଙ୍କ ଘରେ ଅତର୍କିତ ଚଢ଼ାଉ କରିଛି ଭିଜିଲାନ୍ସ। ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି ରହିଛି।

ବାଞ୍ଚୋ ପଞ୍ଚାୟତ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛା। ପଢ଼ିଆରିପାଲିର ପୈତୃକ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ରେଡ୍ ହୋଇଥାଏ। ବିରଞ୍ଚିପୁରରେ ୩ ମହଲା କୋଠା ଓ ବସନ୍ତିଆରେ ୨ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଠାବ ହୋଇଛି। ଏହି ଚଢ଼ାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।