ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ତହସିଲଦାର

ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ

କଟକ, ୩୦/୧୨: ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଚଢ଼ାଉ କରାଯାଇଛି।

ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହାଛି। ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି।

ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ଏହି ଚଢାଉରେ ସାମିଲ୍ ହୋଇଛନ୍ତି।

ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲାଣି ପୁଳା ପୁଳା ସଂପତ୍ତି । ଖୋଳତାଡ଼ କରୁକରୁ ୭୫ ଲକ୍ଷ ନଗଦ ଟଙ୍କା, ୪ ଶହ ଗ୍ରାମରୁ ଅଧିକ ସୁନା, ଦାମୀ କାର, ଦାମୀ ଘଣ୍ଟା, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଜମା ଓ ଏକାଧିକ ଜମି କିଣିଥିବା ଦସ୍ତାବିଜ୍ ।