ନୂଆବର୍ଷରେ ହେବ ସରକାରୀ କାର୍ଯ୍ୟ

ଶୁଭେଚ୍ଛା ଜଣାଇବା ପାଇଁ କେହି କାର୍ଯ୍ୟାଳୟକୁ ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୧୨: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେହିଦିନ ସରକାରୀ କାର୍ଯ୍ୟ ହେବ ଏବଂ କାର୍ଯ୍ୟାଳୟ ଖୋଲା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ନୂଆବର୍ଷର ପ୍ରଥମ ଦିନ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ। କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ। କର୍ମଚାରୀ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା କାର୍ଯ୍ୟକ୍ରମରେ ସାମିଲ ନ ହୁଅନ୍ତୁ। ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି ଅଫିସ୍ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ। ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସିଲେ ଉପହାର ଆଣିବେନି। ଆପଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।