୨ ଦିନ କଡ଼ା ଚେକିଂ: ଖିଲାପ କଲେ ଗଣିବେ ତଣ୍ଡ
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି, RTOଙ୍କୁ ଚିଠି ଲେଖିଲେ ପରିବହନ କମିଶନର
ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍
ଭୁବନେଶ୍ୱର, ୩୦/୧୨: ନୂଆବର୍ଷରେ ପିକନିକର ମାହୋଲ ଥିବା ବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ। ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ମାର୍ଗଦର୍ଶିକାରେ ଗୁରୁତ୍ବ ଦିଆଯାଇଛି।
ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ ହେବ। ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍। ପିକନିକ୍ ସ୍ପଟ୍ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ
ଏଥି ସହ ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ RTOଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ। କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ।
ସେହିପରି ସବୁ RTOଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର। ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍ରେ ଗଲେ ତଣ୍ଡ ଗଢିବେ ଡ୍ରାଇଭର। ୩ ଜଣ ବସି ଡ୍ରାଇଭ୍ କଲେ କିମ୍ବା ରଙ୍ଗ ରୁଟ୍ରେ ଗଲେ ତଣ୍ଡ ଗଣିବେ। ଦୁଇ ଦିନ ଏହି ସ୍ପେଶାଲ ଏନ୍ପୋର୍ସମେଣ୍ଟ ଡ୍ରାଇଭ୍ କରାଯିବ। ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ ରହିଛି।