ଭୁବନେଶ୍ୱର, ୦୩/୦୧: ପୁଣି ଜୀବନ ନେଲା ଆମ ବସ୍। ଭୁବନେଶ୍ୱର ରୁପାଲି ଟ୍ରାଫିକ୍ ଉପରେ ‘ଆମ ବସ୍’ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବସ୍ ଧକ୍କା ଦେବାରୁ ଆଗରେ ଥିବା ଆଉ ଏକ ବସ୍ରେ ଚାପି ହୋଇଗଲା ମଝିରେ ଥିବା ଏକ ଅଟୋ। ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତେବେ ବସ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ୍ ପାଇଁ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିବାରୁ ସହିଦନଗର ଓ ରୂପାଲି ଛକ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଉତ୍ତେଜନା ବଢ଼ୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଛନ୍ତି ଡିସିପି।