ମଣିପୁର ବିମାନ ବନ୍ଦରରେ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ମଣିପୁରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବ ହାଇଟେକ୍
ଇମ୍ଫାଲ, ୦୬/୦୧: ଦୀର୍ଘ ବର୍ଷ ଧରି ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିର୍ବନ ଆଣିଥିବା ଗଜପତି ମାଟିର ଦାୟଦ ତଥା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ମଣିପୁରରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାହାଯ୍ୟର ହାତ ବଢାଇବାକୁ ଯାଉଛନ୍ତି । ମଣିପୁର ଇମ୍ଫାଲ ବିମାନ ବନ୍ଦରରେ ସହସ୍ରାଧିକ ବୁଦ୍ଧିଜୀବି, ଛାତ୍ର, କଳାକାର ଏବଂ ସାମାଜିକ କର୍ମୀମାନେ ତିରୁପତି ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରି ମଣିପୁର ଅଳବାସୀଙ୍କ ଦୁଃଖ ବୁଝିଥିବାରୁ ପରମ ବନ୍ଧୁ ଭାବେ ପାଇ ଆନନ୍ଦ ମୁଖର ହୋଇ ଉଠିଥିଲେ । ତେବେ ଏଠାରେ ଉଲ୍ଲେଖନୀୟ ଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ମଣିପୁରର ମଧ୍ୟବିତ୍ତ ଓ ନିମ୍ନ ବର୍ଗର ଲୋକମାନଙ୍କୁ ହାଇଟେକ୍ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ କରାଇ ଆସୁଛନ୍ତି । ଆଗାମୀ ଦିନରେ ମଣିପୁରରେ ଏହି କାର୍ଯ୍ୟ ଅବ୍ୟାହତ ରହିବ ବୋଲି ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଯୁବ ପରିବେଶ ବିଜ୍ଞାନୀ ଲିସିପ୍ରିୟା ପ୍ରତିନିଧିତ୍ୱ କରିଥିଲେ ।