ହିଂସାର ରାସ୍ତା ଛାଡି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହେଲେ ୨୬ ମାଓବାଦୀ
ସମସ୍ତଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷର ପୁରସ୍କାର
ମାଲକାନଗିରି, ୦୮/୦୧: ଭୁଶୁଡୁଛି ମାଓଗଡ। ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ସେମାନଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।
ସେମାନଙ୍କୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ମାସିକ ୧୦ ହଜାର ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସୂଚନାଯୋଗ୍ୟ, ନିକଟରେ ୩୫ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ।