କୃଷକଙ୍କୁ ମାଗଣା ବିଜୁଳି ଦିଆଯାଉ: ଶ୍ରୀକାନ୍ତ ଜେନା
ରାଜ୍ୟବାସୀଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ପୂର୍ବତନ ସାଂସଦ
ଭୁବନେଶ୍ୱର, ୦୮/୦୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ବିଦ୍ୟୁତ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ରାଜ୍ୟର ସ୍ୱାର୍ଥ ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ ଉପରେ ଦାବି କରିଛନ୍ତି।
ସମଗ୍ର ଦେଶରେ ଘରୋଇ ଉପଭୋକ୍ତାମାନଙ୍କୁ ବିଜୁଳି ପ୍ରାୟ ୨୦୦ରୁ ୩୦୦ ୟୁନିଟ୍ ଛାଡ ମିଳୁଥିବା ବେଳେ ଓଡ଼ିଶାରେ ତାହା କରାନଯିବା ଉପରେ ପ୍ରଶ୍ନ କରିଛନ୍ତି। ଏଥି ସହ ଅନ୍ୟ ରାଜ୍ୟଗୁଡ଼ିକରେ କୃଷି କ୍ଷେତ୍ରରେ କୃଷକମାନଙ୍କୁ ମାଗଣା ବିଜୁଳି ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସେପରି ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। କୃଷକ ଓ ଘରୋଇ ଉପଭୋକ୍ତାମାନଙ୍କୁ ସବ୍ସିଡି ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ ଜେନା।
ଓଡ଼ିଶାରେ ଯେତିକି ବିଜୁଳି ଉତ୍ପାଦ ହେଉଛି, ସେଥିମଧ୍ୟରୁ ୮୦ ରୁ ୯୦ ଭାଗ ଶିଳ୍ପାନୁଷ୍ଠାନ ଗୁଡିକ ବ୍ୟବହାର କରୁଛନ୍ତି। ସେମାନଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ୮୦ ହଜାର ରୁ ୯୦ ହଜାର କୋଟି ଟଙ୍କାର ସବ୍ସିଡି ମିଳୁଛି।
ତେଣୁ କୃଷକମାନଙ୍କୁ ମାଗଣା ଓ ଘରୋଇ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଛାଡ କରାଯାଉ ବୋଲି ଦାବି କରିଛନ୍ତି।