ନୂଆଦିଲ୍ଲୀ, ୧୪/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଜାନୁଆରୀରୁ ନୂଆ କାର୍ଯ୍ୟାଳୟ (PMO) ରେ କାମ ଆରମ୍ଭ କରିବେ। ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ୍ ବ୍ଲକ୍ ରୁ ନୂଆ ‘ସେବା ତୀର୍ଥ’ ପରିସରକୁ ସ୍ଥାନାନ୍ତରିତ ହେବ। ଏହା ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ PMO ସାଉଥ୍ ବ୍ଲକ୍ ଛାଡ଼ିବ।
ଏହି ପରିବର୍ତ୍ତନ ସେଣ୍ଟ୍ରାଲ ଭିସ୍ତା ରିଡେଭଲପମେଣ୍ଟ ପ୍ରୋଜେକ୍ଟର ଏକ ଅଂଶ। ‘ସେବା ତୀର୍ଥ-୧’ରେ PMO, ‘ସେବା ତୀର୍ଥ-୨’ରେ କ୍ୟାବିନେଟ ସଚିବାଳୟ ଏବଂ ‘ସେବା ତୀର୍ଥ-୩’ରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସଚିବାଳୟ ରହିବ। ପୁରୁଣା ସାଉଥ୍ ବ୍ଲକ୍ ପରେ ‘ୟୁଗେ ଯୁଗେନ ଭାରତ ସଂଗ୍ରହାଳୟ’ ହେବ।
ଏହି ପରିବର୍ତ୍ତନ କଲୋନିଆଲ ପ୍ରତୀକରୁ ଦୂରେଇ ଆଧୁନିକ ଭାରତ ଗଠନର ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି।