ଭୁବନେଶ୍ୱର, ୧୬/୦୧: ଗତ କାଲି ବିଜେଡ଼ିରୁ ୨ ଜଣ ବିଧାୟକ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ଆଉ ୨ ଜଣ ନିଲମ୍ବିତ ହୋଇଛନ୍ତି।ବିଜେଡିରୁ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନା ସସ୍ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ନଳୀନିଙ୍କୁ ନିଲମ୍ବନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେହିପରି ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ମଧ୍ୟ ନିଲମ୍ୱିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିଲମ୍ବନ କରାଯାଇଛି।