କଲ୍ୟାଣସିଂହପୁର, ୦୯/୧୦ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଭୈରବ ବାଲି ଯାତ୍ରା ବା ନିଆଁ ମଡ଼ା ଯାତ୍ରା ଆଡମ୍ବରରେ ପାଳିତ ହୋଇଛି। ଗତ ସେପ୍ଟେମ୍ବର ମାସ ନୂଆ ଖାଇବା ଦିନ ପୂଜକ ରାଉତ ଗାଣ୍ଟା, ରହିଦାସ ଓ ରାଜୀବ ଖଣ୍ଡରିଆ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନଦୀରୁ ବାଲି ଆଣି ଭୈରବ ମନ୍ଦିରରେ ସ୍ଥାପନ କରିଥିଲେ। ଏହାର ସତ ଦିନ ପରେ ପଞ୍ଚଶସ୍ୟ ବୁଣୀ ଥାନ୍ତି। ଏହା ସାତ ଦିନ ପରେ ପୂର୍ବ ପୁରୁଷରୁ ଚଳି ଆସୁଥୁବା ପରମ୍ପରା ପ୍ରଥା ଅନୁଯାୟୀ ଜାନିସାହିର ସିଙ୍ଗି କୁର୍ସିକା ଓ ଅର୍ଜୁନ କୁର୍ସିକା ଙ୍କ ଘରୁ ଛତ୍ର ଆଣି ଗ୍ରାମ ପରିକ୍ରମା କରିବା ପରେ ଯାତ୍ରା ପଡ଼ିଆରେ ସ୍ଥାପନ କରିଥାନ୍ତି । ଗୁରୁବାର ଦିନ ବା ଗତ କାଲି ଦୂରଦୁରାନ୍ତରୁ ଲୋକ ମାନେ ଆସି ନିଜ ନିଜ ମାନସିକ
କରିଥିଲେ। ଯେଉଁ ଭକ୍ତ ଙ୍କ ମାନସିକ ପୂରଣ ହୋଇଛି ସେହି ମାନେ ଯାତ୍ରା ଦିନ ଆସି ପଶୁ ବଳି ଦେଇଥାନ୍ତି। ଯାତ୍ରା ସକାଳୁ ନାୟକ ସାହି ର ସାନ ନାୟକ ଓ ସନ୍ତୋଷ ନାୟକ ଘରୁ କଣ୍ଟା ଦୋଳି କୁ ପୂଜା କରିବା ପରେ ତାହାକୁ ଆଣି ଯାତ୍ରା ପଡ଼ିଆରେ ସ୍ଥାପନ କରିଥାନ୍ତି । ଏହାପରେ ନିୟମ ଅନୁଯାୟୀ କାମୀ ମୁଣ୍ଡା ଆସି ମନ୍ଦିର ସମ୍ମୁଖରେ ପୋତିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପୂଜକ କୁ କାଳସ ଲାଗି ହେବା ପରେ ଭକ୍ତ ମାନେ ଚାଉଳ ଦେଖାଇ ତାଙ୍କର ସମସ୍ୟା ବୁଝି କଣ୍ଟା ଦୋଳିରେ ଝୁଲନ୍ତି । ମାନସିକ ଧାରୀ ମାନେ ଆଣିଥିବା ପାରା, କୁକୁଡ଼ା, ଛେଳି ପଶୁ ବଳି ସହ ଭୋଗ ଦେଇ ମନସ୍କାମନା ପୂରଣ କରିଥାନ୍ତି। ଶେଷରେ ତାତିଲା ଡହ ଡହ ନିଆଁ ମାଡି ବା ପରେ ଯାତ୍ରା ଶେଷ ହୋଇଥାଏ । ଏହି ଯାତ୍ରା ରେ ବିଭିନ୍ନ ଦୋକାନ ବଜାର ବସିଥାଏ ।ଏହି ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଆସି ଥାଆନ୍ତି । ଶିକରପାଇ ଆମ୍ବେଦକର ଯୁବ ଗୋଷ୍ଠି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ଅଗ୍ନିସମ ବିଭାଗ ସଜାଗ ରହିଥିଲେ ।