କଟକ, ୦୬/୦୨: ଆଜି ପୁଣି ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ଆସିଛି ବୋମା ଧମକ। ବୋମାରେ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଆସିଛି। କଟକ ଜିଲ୍ଲା ଜଜ୍ କୋର୍ଟ, ଫୁଲବାଣୀ କୋର୍ଟ, ପୁରୀ କୋର୍ଟ ଓ ସମ୍ବଲପୁର କୋର୍ଟକୁ ଆସିଛି ବୋମା ଧମକ।
ଅଜଣା ଇମେଲ୍ ଆଇଡିରେ ଆସିଛି ଏହି ଧମକପୂର୍ଣ୍ଣ ବାର୍ତ୍ତା। ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ କଳାଯାଉଛି। ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ ହୋଇଛି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭିତରକୁ କାହାରି ପ୍ରବେଶ ଉପରେ କଟକଣା ଲଗାଯାଇଛି। ତେବେ ବାରମ୍ବାର ଏହି ଧମକ ଆସୁଥିବାରୁ ଆଇନଜୀବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଗତ କିଛି ସପ୍ତାହ ପୂର୍ବରୁ ଓଡ଼ିଶାର ବିଭିନ୍ନ କୋର୍ଟକୁ ବୋମା ଧମକ ଆସିଥିଲା। ଯାହାକି ମିଥ୍ୟା ବୋଲି ପରେ ଜଣାଇ ପଡ଼ିଥିଲା।