ଭୁବନେଶ୍ୱର, ୦୬/୦୨: ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ୍। ଏଣିକି ସହରୀ ଗରୀବଙ୍କୁ ସୂଲଭ ମୂଲ୍ୟରେ ଭଡ଼ାରେ ଘର ଦେବେ ସରକାର। ଏ ନେଇ ଗୃହ ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି।
ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ବିଶେଷ କରି କର୍ମଜୀବୀ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଭଡ଼ାରେ ଘର ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ।
ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ବୋଲି ସୂଚନା ମିଳିଛି।