‘ଶିକ୍ଷାର୍ଥୀମାନଙ୍କର ବିକାଶରେ ବିକଶିତ ଭାରତରେ ସ୍ୱପ୍ନ ପୂରଣ ହେବ’
ରାଜଧାନୀ କଲେଜର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୋତ୍ସବ
ଭୁବନେଶ୍ୱର, ୦୯/୦୨: ରାଜଧାନୀ କଲେଜରେ ଛାତ୍ର ସଂଗଠନ ସାଂସ୍କୃତିକ ପରିଷଦ ଓ ନାଟ୍ୟ କ୍ଲବ ପକ୍ଷରୁ ରାଜଧାନୀ ଫେଷ୍ଟ ଓ ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୋତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ବିଧାୟକ ତଥା ବରିଷ୍ଠ ସିନେ କଳାକାର ସିଦ୍ଧାନ୍ତ ମହାପାତ୍ର, ଏକାମ୍ର ବିଧାୟକ ବାବୁ ସିଂ, କୋରେଇ ବିଧାୟକ ତଥା ସିନେ ଷ୍ଟାର ଆକାଶ ଦାସ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ବିଶିଷ୍ଟ ସମାଜସେବୀ ଶ୍ରୀ ତିରୁପତି ପାଣିଗ୍ରାହୀ, ଯୁବଉଦ୍ୟୋଗୀ ଶ୍ରୀ ନିତିଶ ନନ୍ଦ ଅତିଥି ଭାବେ ଯୋଗ ଦେଇ ଛାତ୍ର ସମାଜର ବିକାଶ ପାଇଁ ନିଜର ମତ ରଖିଥିଲେ।
ଭାରତର ଭବିଷ୍ୟତ ଶିକ୍ଷାର୍ଥୀମାନଙ୍କ ଉପରେ ନ୍ୟସ୍ତ। କଠୋର ପରିଶ୍ରମ ଓ ଏକାଗ୍ରତା ମାଧ୍ୟମରେ ନିଜର ବିକାଶ ସମ୍ଭବ। ଶିକ୍ଷାର୍ଥୀ ମାନଙ୍କର ବିକାଶରେ ବିକଶିତ ଭାରତରେ ସ୍ୱପ୍ନ ପୂରଣ ହେବ ଏଥିରେ ସନ୍ଦେହ ନାହିଁ ବୋଲି ଅତିଥିମାନେ ମତ ରଖିଥିଲେ।
କଲେଜରେ ଅଧ୍ୟକ୍ଷ ଡଃ ସରୋଜକାନ୍ତ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପଦେଷ୍ଟା ଡ଼ଃ ସଂଘମିତ୍ରା ଜେନା, ଛାତ୍ରନେତା ତଥା କଲେଜର ପୂର୍ବତନ ସଭାପତି ଶ୍ରୀ ରଜତ କୁମାର ପରିଡ଼ା ଅତିଥିମାନଙ୍କୁ ସମ୍ପର୍ଦ୍ଧିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
ମଞ୍ଚ ପରିଚାଳନା କରିଥିଲେ ଜଣାଶୁଣା ମଞ୍ଚ ପରିଚାଳକ ଶ୍ରୀନିବାସ ପଟୁଆରୀ। ସଭାଶେଷରେ ଅଧ୍ୟାପିକା ଅପରାଜିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ମଞ୍ଚରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ଦିନତମାମ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଆ ସିନେମାର କମେଡିଆନ ପପୁ ପମପମ୍ ଏବଂ ସିନେ ଷ୍ଟାର ଏଲିନା ସାମନ୍ତରାୟ, ସମରେଶ ରାଉତ ପ୍ରଭୃତି କଳାକାରମାନେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ୪ ହଜାର ୫ ଶହ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦନାରେ ସହଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ଃ ମନ୍ମଥ ଘଡ଼େଇ, ଡ଼ଃ ଦେବଦତ୍ତ ଶତପଥୀ, ଡ଼ଃ ସରୋଜ ପ୍ରଧାନ, ଡ଼ଃ ଅଜୟ ସ୍ୱାଇଁ, ଡ଼ଃ ବନ୍ଦିତା ରଥ, ଡ଼ଃ ଧରଣୀ ରଥ, ଡ଼ଃ ପ୍ରିୟଦର୍ଶିନୀ ରାଉତରାୟ, ଡ଼ଃ ମମତା ବାରିକ, ଡ଼ଃ ଗୀତାରାଣୀ ନାୟକ, ଡ଼ଃ ପ୍ରଶାନ୍ତ ମହାରଣା ଓ ଅଧ୍ୟାପକ ଡ଼ଃ ଚିତ୍ତ ମହାପାତ୍ର ଛାତ୍ରଛାତ୍ରୀଙ୍କ ସହଯୋଗରେ ଶୃଙ୍ଖଳା ରକ୍ଷା କରିଥିଲେ। ଡ଼ ସ୍ନେହା ପଣ୍ଡା କୃତି ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ।