କଳାରାହାଙ୍ଗ ଅଞ୍ଚଳରୁ ହଟିଲା ଜବରଦଖଲ

୩୦୦ ଡିସିମିଲ୍ ସରକାରୀ ଜମି ଜବରଦଖଲମୁକ୍ତ

ଭୁବନେଶ୍ୱର, ୧୩/୦୨: କଳାରାହାଙ୍ଗ ମୌଜା ଅନ୍ତର୍ଗତ ସରକାରୀ ପ୍ଲଟ୍ – ୧୭୧୧ ଓ ୧୭୧୨ ଉପରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ସମୟ ଅଭାବରୁ ଆଂଶିକ ଭାବେ ଉଚ୍ଛେଦ କରାଯାଇଥିଲା।

ଶୁକ୍ରବାର ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିବା ବେଳେ ଜିଏର ଆରଆଇ, ଏନଫୋର୍ସମେଣ୍ଟ ସ୍କ୍ବାଡ୍-୩, ୫ ଏବଂ ୬ ଉଚ୍ଛେଦରେ ନିୟୋଜିତ ହୋଇଥିଲେ। ବିନା ପୋଲିସରେ ଏହି ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ପ୍ଲଟ୍ ନଂ-୧୭୧୨ରୁ ୪ଟି ଟିଣ ଛପର ଘର, ୩ ଟିଣ ସେଡ୍, ୧୫୦ ଫୁଟ ଲମ୍ବର ଟିଣ ନିର୍ମିତ ପାଚେରୀ ଏବଂ ୧୦୦ ଫୁଟ ଲମ୍ବ ପଥର ପାଚେରୀ ଭାଙ୍ଗି ଦିଆଯାଇଥିଲା। ପ୍ରାୟ ୩୦୦ ଡିସିମିଲ୍ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା। ଉକ୍ତ ପ୍ଲଟ୍ ଉପରେ ବିଡିଏ ପକ୍ଷରୁ ଗୋଟିଏ ସାଇନ୍ ବୋର୍ଡ ଲଗାଯାଇଥିଲା।