ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ

୪ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୧୪/୦୨: ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

କ୍ୟାବିନେଟ ବୈଠକରେ ମୋଟ ୫ଟି ପ୍ରସ୍ତାବ ଆଗତ କରାଯାଇଥିଲା l ତନ୍ମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ l

ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା l ଏସବୁ ୪ ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି l