ଭୁବନେଶ୍ୱର, ୧୪/୦୨: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ NLC ଇଣ୍ଡିଆ ଲିମିଟେଡ୍ (NLCIL) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO)। ଯାହା ଦ୍ୱାରା ୧୦୮୦ ମେଗାୱାଟ୍ ତାପଜ କ୍ୟାପ୍ଟିଭ୍ ପାୱାର ପ୍ରକଳ୍ପ ଏବଂ ନବୀକରଣୀୟ ଶକ୍ତି ବିକାଶରେ ସହଯୋଗକୁ ସୁଦୃଢ଼ କରାଯାଇପାରିବ।
ମହାବଳୀପୁରମ (ତାମିଲନାଡୁ) ଠାରେ NALCO ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା ଏବଂ NLCILର CMD ଶ୍ରୀ ପ୍ରସନ୍ନ କୁମାର ମୋଟୁପାଲି ଏବଂ NLCILର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ସ୍ଥାୟୀ ଶକ୍ତି ସମାଧାନ ଉପରେ ଧ୍ୟାନ ଦେଇ NALCOର କ୍ୟାପ୍ଟିଭ୍ ଏବଂ ଦୀର୍ଘକାଳୀନ ବିଦ୍ୟୁତ୍ ଆବଶ୍ୟକତାକୁ ସହଯୋଗ କରିବା, ଏହି ବୁଝାମଣାପତ୍ରର ପ୍ରଧାନ ଲକ୍ଷ୍ୟ।