ସମ୍ବଲପୁର, ୧୬/୦୨: ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ରାତି ୮ଟା ୫୦ ମିନିଟ୍ରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ପରଲୋକ ନେଇ ପରିବାର ଓ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।
୭୯ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ତାଙ୍କର ପରଲୋକ ଘଟିଛି। ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ ରାସେଶ୍ବରୀ। ଘରେ ଚିକିତ୍ସିତ ହେଉଥିଲେ। ୨୦୧୪ରେ ସମ୍ବଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେ ପଶ୍ଚିମଓଡ଼ିଶାରେ ଜଣେ ସୁନାମଧନ୍ୟ ଡାକ୍ତର ଭାବେ ପରିଚିତ ଥିଲେ।