ଭୁବନେଶ୍ୱର, ୨୧/୦୨: ବଦଳିଯିବ ମଦ ପ୍ୟାକେଟର ରୂପ। ଟେଟ୍ରା ପ୍ୟାକରେ ଆସିବ ମଦ। ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ବିଜେଡ଼ି ବିଧାୟକ ସନା ମହାକୁଡ଼ଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତରରେ କହିଛନ୍ତି, କାଚ ବୋତଲରେ ବଦଳରେ ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ମିଳିବ ମଦ। କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି।