ଓପିସିସି ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ପକ୍ଷରୁ ଧାରଣା ୩ୟ ଦିନରେ
ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
ଭୁବନେଶ୍ୱର, ୨୧/୦୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଦଳିତ – ଆଦିବାସୀ -ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଏକ ୬ ଦିନିଆ ଅହୋରାତ୍ର ଧାରଣା ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସର ଅଧ୍ୟକ୍ଷ ଆଇନ୍ଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଗତକାଲି ଠାରୁ ଆରମ୍ଭ ହୋଇଛି । ସମ୍ବିଧାନର ୯୩ ତମ ସଂଶୋଧନ ଅନୁଯାୟୀ ଓଡ଼ିଶାରେ ଏକ ଆଇନ ଅଣାଯାଇ ଅନୁସୂଚିତ ଜାତି, ଆଦିବାସୀ ଓ ପଛୁଆବର୍ଗ, ଛାତ୍ରଛାତ୍ରୀଙ୍କର ଅଣଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ମୁତାବକ ପାଠ ପଢ଼ିବାର ସୁବିଧା ଦେବା, ଦଳିତ ଆଦିବାସୀ ନିର୍ଯ୍ୟାତନା ନିବାରଣ ଅଧିନିୟମର ନିୟମ ୭ ଅନୁଯାୟୀ ଅତିକମ୍ରେ ଜଣେ ଡି.ଏସ୍.ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା, ସମ୍ବିଧାନରେ ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ୨୯ ଟି ବିଭାଗ ନଗର ପଞ୍ଚାୟତକୁ ୧୮ ଟି ବିଭାଗର କ୍ଷମତା ହସ୍ତାନ୍ତର କରିବା ଓ.ଆର.ଭି. ଆଇନକୁ ରାଜ୍ୟରେ ସଠିକ୍ ଭାବେ କ୍ରିୟାନ୍ୱୟନ କରିବା, ଓଡ଼ିଶାର ସମସ୍ତ ବିଜୁଳି ଉପଭୋକ୍ତା ମାନଙ୍କୁ ଅତିକମରେ ୩୦୦ ୟୁନିଟ୍ ମୁକ୍ତ ବିଜୁଳି ଓ ଚାଷୀମାନଙ୍କୁ କୃଷି ପାଇଁ ସଂପୂର୍ଣ୍ଣ ମୁକ୍ତ ବିଜୁଳି ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତାକୁ ଅତିକମ୍ରେ ୨୦୦୦ ଟଙ୍କା କରିବା, ମନରେଗା ଅଧିନିୟମକୁ ପୁର୍ନବାର ଲାଗୁ କରିବା ଆଦି ୮ଟି ଦାବୀକୁ ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ ଏହି ଅହୋରାତ୍ର ଧାରଣା ଚାଲୁଅଛି । ଆଜି ଧାରଣାର ୨ୟ ଦିନରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ଯୋଗ ଦେଇ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆଜି ଓଡ଼ିଶାର ଦଳିତ ଆଦିବାସୀମାନେ ସବୁଠାରୁ ବେଶି ନିର୍ଯ୍ୟାତିତ ବୋଲି ମତବ୍ୟକ୍ତ କରିଥିଲେ । ଯଦି ଆମର ଦାବୀଗୁଡ଼ିକ ପ୍ରତି ରାଜ୍ୟ ସରକାର ଉଦାସିନ ରୁହନ୍ତି ତେବେ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଓହ୍ଲେଇ ବିଧାନସଭା ଘେରାଉ କରିବୁ ବୋଲି ଅନୁସୂଚିତ ଜାତି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମଲଲିକ ମତବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମୁରଲିଧର ଜେନା, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଜିଲ୍ଲା ପରିଷଦ ସଭ୍ୟ ମିନାକୀ ଦାସ, ପିସିସି
ଗଣମାଧ୍ୟମ ବିଭାଗ, ଓପିସିସି ସମ୍ପାଦକ ସସ୍ମିତା ପଣ୍ଡା, ପିସିସି ସମ୍ପାଦିକା ଅନିମା ମିଞ୍ଜ, ଅନିତା ବିଶ୍ୱାଳ, ପ୍ରତିମା ମଲ୍ଲିକ, ସୁନିତା ବିଶ୍ୱାଳ, କାମନା କହଁର, ରଜନୀ ଦଳେଇ, ସତ୍ୟବ୍ରତ ନାୟକ, ଗୁରୁବକ୍ସି ସିଂ ଆଲୁୱାଲିଆ, ବିଭାଗର ରାଜ୍ୟ ଉପାଧ୍ୟକ୍ଷ ରଞ୍ଜନ ସେଠୀ, ବିଭାଗର ସାଧାରଣ ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ, ଆଶିଷ ମଲ୍ଲିକ, ବସନ୍ତ ସେଠୀ, ରାମଲାଲ ସୁନାନୀ, ତ୍ରିନାଥ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ସଭାପତି ଜୟନ୍ତ ଭୋଇ, ଅନୁଗୁଳ ସଭାପତି ରାଜକିଶୋର ନାୟକ, ବାଲେଶ୍ୱର ସଭାପତି ବିଧାନ ଜେନା, ଢ଼େଙ୍କାନାଳ ସଭାପତି ଗୋବର୍ଦ୍ଧନ ନାୟକ, ବିଶ୍ୱରଞ୍ଜନ ଜେଠୀ, ଇମ୍ରାନ ଅଲ୍ଲି, ମତରାମ ଡଙ୍ଗ ଡଙ୍ଗ, ରଞ୍ଜନ କୁମାର ଭୋଇ, ବିକାଶ ଦାସ, ନାରାୟଣ ସେଠୀ, ମଣ୍ଟ ମଲ୍ଲିକ, ବାଣୀସ୍ୱର ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ହିରେନ୍ ମଣ୍ଡଳ, ଶଙ୍କର ବିଶ୍ୱାଳ, ରାମଣ ମାଟଖଣ୍ଡିଆ, ସୁନାରାମ ସୋରେନ୍, ଆଲବିକ୍ସ କୁଲୁ, ଶଶିକାନ୍ତ ଜେନା, ଭୁବନେଶ୍ୱର ବିଶ୍ୱାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।