‘ମାତୃଭାଷା ହିଁ ଆମ ଅସ୍ତିତ୍ୱ ଓ ଆମ ଅସ୍ମିତା’

‘ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ଭୁବନେଶ୍ୱର, ୨୧/୦୨: ‘ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ‘ଭାବ ବିନିମୟ ସଭା’ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ‘ଆମ ଅସ୍ମିତା ଆମ ଅସ୍ତିତ୍ୱ, ଆମ ଭାଷା ଆମ ଦାୟିତ୍ୱ’ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତାମାନେ ମାତୃଭାଷା କିଭଳି ଆମ ଅସ୍ତିତ୍ୱ ଆମ ଅସ୍ମିତାର ପ୍ରତୀକ, ତାହା ଉପରେ ଆଲୋକପାତ କରିଥିଲେ । ଏଭଳି ପରିସ୍ଥିତିରେ ଆମ ଭାଷାକୁ ରକ୍ଷା କରିବା ଆମର ସର୍ବପ୍ରଧାନ କର୍ତ୍ତବ୍ୟ ଅଟେ । ବିଶେଷ କରି ସମଗ୍ର ପୃଥିବୀରେ ଯେଉଁ ୨୪ଟି ଲିପି ଅଛି ତାହା ମଧ୍ୟରେ ଓଡ଼ିଆ ଲିପି ଅନ୍ୟତମ ଅଟେ । ଓଡ଼ିଆ ମାତୃଭାଷା ପାଇଁ ଆମେ ଗର୍ବିତ । ସମଗ୍ର ପୃଥିବୀରେ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ରହିଛି । ଏହି ଓଡ଼ିଆ ଭାଷା ବର୍ତମାନ ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇ ଏହା ବିପଦର ସମ୍ମୁଖୀନ ହେଉଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ‘ବିଶ୍ୱ ଓଡ଼ିଆ ପରିବାର’ରେ ଆୟୋଜିତ ‘ଭାବ ବିନିମୟ ସଭା’ ଏକ ସଠିକ୍ ପ୍ରୟାସ ଥିଲା । ବକ୍ତାମାନଙ୍କ ସୁଚିନ୍ତିତ ମତାମତ ଏହି ସମସ୍ୟାଗୁଡ଼ିକୁ ବିଶେଷ ଭାବରେ ଆଲୋଚନା କରି ଏଥିପାଇଁ ଅନେକ ପ୍ରୟାସ ଉପସ୍ଥାପନ କରିଥିଲେ । ବିଶେଷ କରି ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯେଉଁ ସବୁ ପଦକ୍ଷେପ ନେଉଛନ୍ତି, ତାହା ବିଶ୍ୱ ଓଡ଼ିଆ ପରିବାର ସାକାର କରିବା ଦିଗରେ ନିଜର ଅଙ୍ଗିକାରବଦ୍ଧତା ପ୍ରକାଶ କରିଥିଲା ।

‘ବିଶ୍ୱ ଓଡ଼ିଆ ପରିବାର’ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସଭାରେ ସବର୍ଶ୍ରୀ ଡାକ୍ତର ପ୍ରତାପ ପାଣି, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ମିଶ୍ର, ସାହିତ୍ୟିକ ମନୋରଂଜନ ଷଡଙ୍ଗୀ, ଶଶୀଭୂଷଣ ରଥ, କଳିଙ୍ଗ ଟିଭିର ସୃଜନାତ୍ମକ ନିର୍ଦ୍ଦେଶକ ରକ୍ଷକ ନାୟକ, ସୌମେନ୍ଦ୍ର ଜେନା, ସାହିତ୍ୟିକ ସାଧୁଚରଣ ବେହେରା, ବିଶିଷ୍ଟ ଲେଖିକା ଓ କବୈୟତ୍ରୀ ପ୍ରୀତିପ୍ରତିଭା ଭୋଳ, ଖାଦ୍ୟ ବିଶାରଦ ସଂଗୀତା ଦାସ, ରାଜମିତ୍ରା ପ୍ରହରାଜ, ପୂର୍ବତନ ପର୍ଯ୍ୟଟନ ଅଧିକାରୀ ରୀନା ରଥ, ଅରୁଣ ମହାନ୍ତି, ସ୍ତମ୍ଭକାର କିଶୋର ଚନ୍ଦ୍ର ଜେନା, ପରିବେଶବିତ୍ ହାଡ଼ିବନ୍ଧୁ ପାଣିଗ୍ରାହୀ, ସଂସ୍କୃତି ଗବେଷକ ପବିତ୍ର ମୋହନ ସାମଲ, କୁଳମଣି ରାଉତ, ଅଜିତ କୁମାର ନନ୍ଦ, ଶିବାନୀ ଶଙ୍କର ମିଶ୍ର, ଚନ୍ଦନ କୁମାର ନାୟକ, ନିଳଶୈଳର ତାରାଚରଣ ଆଚାର୍ଯ୍ୟ, ଜ୍ଞାନଶଂକର ସାହୁ, ରଂଜନୀକାନ୍ତ ପଣ୍ଡା, ଭାଷା ଆନ୍ଦୋଳନର ସଂଗଠକ ପବିତ୍ର ମୋହନ ମହାରଥା, ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଭକ୍ତ ତ୍ରିପାଠୀ, ଲଲାଟେନ୍ଦୁ ପ୍ରସାଦ ଦ୍ୱିବେଦୀ, ନିରଜଂନ ନାୟକ, ମନୋଜ କୁମାର ସାହୁ, ତ୍ରିଗୁଣ ଦାସ ମହାପାତ୍ର, ସୁବ୍ରତ କିଶୋର ନାୟକ, ଭବାନୀ ପ୍ରସାଦ ମିଶ୍ର, ସେୁରଶ କୁମାର ସାହୁ, ସ୍ୱାଗତିକା ଧଳ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।