ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ଜଳିଲା ୬୫ରୁ ଅଧିକ ଦୋକାନ, ୩ କୋଟି ସ୍ୱାହା

ପାରାଦୀପ, ୨୨/୦୨: ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬୫ରୁ ଅଧିକ ଦୋକାନ ଓ ଏକାଧିକ ବାଇକ୍‌ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ଟିମ୍। ବିଦ୍ୟୁତ୍ ସର୍ଟସର୍କିଟ୍ କିମ୍ବା ଧୂପରୁ ନିଆଁ ଲାଗିଥିବା ଆଶଙ୍କା କରାଯାଇଛି।

ସୂଚନାଯୋଗ୍ୟ ଗତ ବର୍ଷ ଜୁଲାଇ ମାସରେ ସମାନ ଜାଗାରେ ଅଗ୍ନିକାଣ୍ଡ ଘଟି ୪ ଟି ଦୋକାନ ପୋଡ଼ି ଯାଇଥିଲା।