ଝାରସୁଗୁଡ଼ା ଦୁର୍ଘଟଣା: ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣାରେ ଦୁଃଖ ପ୍ରକାଶ କଲେ

ଝାରସୁଗୁଡ଼ା, ୨୨/୦୨: ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ ୫ ପୋଲିସଙ୍କ ପରିବାରକୁ ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ ଲକ୍ଷ ଲେଖାଏଁ ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ୫ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିଲା।