ସାମାଜିକ କର୍ମୀ ସୁବ୍ରତ ବିର୍ତ୍ତିଆଙ୍କ ପିତୃ ବିୟୋଗ

ଅନ୍ତିମ ଦର୍ଶନ କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ଼, ୨୨/୦୨: ବରଗଡ଼ ସହର ମଧ୍ୟରେ ଥିବା ଅମ୍ବାପାଲି ନିବାସୀ କାହ୍ନୁ ଚରଣ ବିର୍ତ୍ତିଆଙ୍କ ପରଲୋକ। ଛାତ୍ର ଜୀବନରେ ଜଣେ ଉତ୍ତମ ଛାତ୍ର ଭାବରେ ବିଭିନ୍ନ ସ୍ଥାନରେ ପ୍ରଶଂସା ପାଇଥିଲେ। ୬୮ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସ୍ବର୍ଗତ ବିର୍ତ୍ତିଆଙ୍କ ପରଲୋକ ଗମନ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଖଦ ଖବର ପାଇ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, କଂଗ୍ରେସ ନେତା ନିପନ୍ ଦାଶଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ। ସେହିପରି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅନ୍ତେ ପତ୍ନୀ ନଳିନୀ ବିର୍ତ୍ତିଆ, ଝିଅ କଳ୍ପନା, ପୁଅ ସୁବ୍ରତ, ସୁବୋଧ ନାତୁଣୀ ଅଙ୍କିତାଙ୍କୁ ଛାଡି ଯାଇଛନ୍ତି। ଅମ୍ବାପାଲି ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା, ବଡ଼ପୁଅ ସୁବ୍ରତ ମୁଖାଗ୍ନି ଦେଇଥିଲେ।