ପାରା ଅଲିମ୍ପିକସ କ୍ରୀଡାବିତ୍ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର, ୨୪/୦୨: ପ୍ରଖ୍ୟାତ ପାରା ଅଲିମ୍ପିକସ କ୍ରୀଡାବିତ୍ ବାହାରିନ ଠାରେ ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରି ଐତିହାସିକ ସଫଳତା ଅର୍ଜନ କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ଓ ଆମ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ଅଦମ୍ୟ ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ଭାବେ ଆଗାମୀ ପିଢ଼ୀକୁ ଅଧିକ ଉଚ୍ଚତାରେ ପହଞ୍ଚିବାକୁ ପ୍ରେରିତ କରିବ।

ଶ୍ରୀ ପ୍ରମୋଦ ଭଗତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।