କୃଷି ଓ ସମବାୟ କ୍ଷେତ୍ରକୁ ରାଜ୍ୟ ବଜେଟ୍ରେ ଅଗ୍ରାଧିକାର ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା “ନିଖିଳ ଓଡିଶା ସମବାୟ, କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ” କର୍ମଚାରୀ ସଂଘ
ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ “କାର୍ଡ ବ୍ୟାଙ୍କ” କର୍ମଚାରୀ ସଂଘର ପୁନଃ ସଭାପତି ଦାୟିତ୍ୱ ପ୍ରଦାନ
କର୍ମଚାରୀଙ୍କ ଦୀର୍ଘଦିନର ବକେୟା ପ୍ରାପ୍ୟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲା ସଂଘ
ଭୁବନେଶ୍ୱର, ୨୪/୦୨: ନିଖିଳ ଓଡିଶା “ସମବାୟ, କୃଷି ଓ ଗ୍ରାମ୍ୟ ଉନ୍ନୟନ କର୍ମଚାରୀ ସଂଘ”ର ବାର୍ଷିକ ସାଧାରଣ ସଭା ୨୦୨୬-୨୭ ସ୍ଥାୟୀ ସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରାଥମିକ କାର୍ଡ ବ୍ୟାଙ୍କ ମାନଙ୍କରେ କାର୍ଯ୍ୟରତ ଏବଂ ସେବା ନିବୃତ କର୍ମଚାରୀମାନଙ୍କର ଦୀର୍ଘ ଦିନର ବକେୟା ପ୍ରାପ୍ୟ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀଙ୍କୁ ସଭା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇ ପ୍ରସ୍ତାବ ଗୃହିତ କରାଗଲା । ସଂପ୍ରତି ରାଜ୍ୟର ଲୋକଙ୍କ ସରକାରର ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଆଗତ କରିଥିବା କୃଷି ଓ ଗ୍ରାମାଭିମୂଖୀ ବଜେଟ୍କୁ ସାଧାରଣ ସଭାରେ ସ୍ୱାଗତ କରାଯାଇ ପ୍ରସ୍ତାବ ଗ୍ରହଣ କରାଗଲା । ବିଶେଷକରି ସମବାୟ ଏବଂ କୃଷି କ୍ଷେତ୍ରକୁ ରାଜ୍ୟ ବଜେଟ୍ରେ ପ୍ରାଧାନ୍ୟ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରାଗଲା ।
ରାଜ୍ୟରେ ବୃହତକାୟ ଗୋଦାମ ଗୃହ ପାଇଁ ୨୪୦ କୋଟି ଏବଂ ୧୦୦ ଗୋଟି ଆଦର୍ଶ ମଣ୍ଡି ନିମନ୍ତେ ୧୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ସମବାୟ ବିଭାଗକୁ ୨୩୩୪.୪୬ କୋଟି ଟଙ୍କାର ଅର୍ଥ ରାଶି ବ୍ୟୟବରାଦ ମୋହନ ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଭାପତି ଶ୍ରୀ ମଙ୍ଗରାଜ ସଭାରେ ମତ ପ୍ରକାଶ କରିଥିଲେ ।
ପରିଶେଷରେ ଏକ ବିଶେଷ ପରିସ୍ଥିତିରେ ସଂଘର ପୁରାତନ କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଗଠନକୁ ସାଧାରଣ ସଭା ମଞ୍ଜୁର କରି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ ପୁନଃ ସଭାପତି ରୂପେ ମନୋନୀତ କରାଗଲା । ଏଥିସହ ଶ୍ରୀମତୀ କ୍ଷୀରୋଦା ମହାନ୍ତିଙ୍କୁ ସାଧାରଣ ସଂପାଦିକା ଏବଂ ଶ୍ରୀ ଲୋକନାଥ ପାତ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଗଲା ।