୮ ହଜାରରୁ ଆରମ୍ଭ, କୋଟି କୋଟିରେ ଶେଷ

ବନ୍ଧା ହେଲେ ଲାଞ୍ଚୁଆ ଖଣି ଅଧିକାରୀ

ଭୁବନେଶ୍ୱର, ୨୫/୦୨: କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍‌ପି ସରୋଜ ସାମଲ ସୂଚନା ଦେଇଛନ୍ତି।

ଏସପି କହିଛନ୍ତି, ଅଫିସ୍‌ରୁ ଲକ୍ଷେ ୨୦ ହଜାର ଟଙ୍କା ମିଳିଥିଲା। ପଟିଆରେ ଥିବା ଭଡ଼ା ଘରେ ରେଡ୍‌ କରିଥିଲୁ। ସେଠାରେ ଟ୍ରଲି ବ୍ୟାଗରୁ ଟଙ୍କା ମିଳିଥିଲା। ୪ କୋଟି ୨୭ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। ଦେବବ୍ରତ ମହାନ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସରେ କେସ୍‌ ରୁଜୁ ହୋଇଛି। ପାହାଳରେ ୨ ତାଲା ଘର ତିଆରି ଚାଲିଛି। କନ୍ଧମାଳରେ ୨ ବର୍ଷ ଚାକିରିରେ ଥିଲେ। ଜାନୁଆରୀରୁ କଟକକୁ ଟ୍ରାନ୍ସଫର ହୋଇଥିଲେ। ୧୦ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି।

ସୂଚନାଯୋଗ୍ୟ, ଗତ କାଲି ୩୦ ହଜାର ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଥିଲେ ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। କୋଇଲା ଡିପୋ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ତେବେ ଖଣି ଅଧିକାରୀଙ୍କ ସରକାରୀ ଚାକିରି ଯାତ୍ରା ୮ ହଜାର ଟଙ୍କାରୁ ଆରମ୍ଭ ହୋଇଥିଲା। ମାଇନିଂ ଅଫିସର ଭାବେ ୨୦୦୪ ମସିହାରେ ବଲାଙ୍ଗିରରେ ପରେ ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାରିପଦାରେ କାମ କରିଥିଲେ। ପରେ ବ୍ରହ୍ମପୁର ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ବର ହେଡକ୍ବାର୍ଟରରେ କାର୍ଯ୍ୟ କରିଥିଲେ। ୨୦୧୮ ମାର୍ଚ୍ଚରେ ସମ୍ବଲପୁରରେ ଆସିଷ୍ଟାଣ୍ଟ ମାଇନିଂ ଅଫିସର ଭାବେ ପ୍ରମୋସନ ପାଇଥିଲେ। ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଫୁଲବାଣୀରେ କାର୍ଯ୍ୟ କରିଥିଲେ। ଏହି ସମୟରେ ଫୁଲବାଣୀ, ବୌଦ୍ଧ, ନୟାଗଡ ଜିଲ୍ଲାର ଦାୟିତ୍ବ ତାଙ୍କୁ ମିଳିଥିଲା। ୨୦୨୬ରେ କଟକ ସର୍କଲରେ ଡେପୁଟି ଡାଇରେକଟର ଭାବେ ପଦୋନ୍ନତି ହୋଇଥିଲା।