ସ୍ଵର୍ଣ୍ଣ ବିଜୟୀ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ଡଃ ତିରୁପତି ପାଣିଗ୍ରାହୀ

ସେପାକ୍ ଟାକ୍ରାଓ ଖେଳର ବହୁଳ ପ୍ରସାର ପାଇଁ ଉତ୍ସାହିତ କଲେ

ଭୁବନେଶ୍ୱର, ୨୬/୦୨: ଶ୍ରୀଲଙ୍କାରେ ଅନୁଷ୍ଠିତ ଏସିଆନ ସେପାକ ଟାକ୍ରାଓ ଚମ୍ପିୟାନସିପ୍‌ରେ ଭାରତୀୟ ମହିଳା ଓ ପୁରୁଷ ଦଳ ଭାଗ ନେଇଥିଲେ । ଏଥିରେ ଓଡିଶାର ଶ୍ରୀମାନ ଆକାଶ କୁମାର ରେଡ୍ଡୀ ସ୍ଥାନ ପାଇଥିଲେ । ପ୍ରତିଯୋଗୀତାରେ ଭାରତୀୟ ଦଳ ୩ଟି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।

ଏଥିରେ ଓଡିଶା ପାଇଁ ଗୌରବ ଆଣିଥିବା ଶ୍ରୀମାନ ଆକାଶ କୁମାର ରେଡ୍ଡୀଙ୍କୁ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମ୍ମାନିତ କରିବା ସହ ଆଗାମୀ ଦିନରେ ସେପାକ୍ ଟାକ୍ରାଓ ଖେଳର ଓଡିଶାରେ ବହୁଳ ପ୍ରସାର ପାଇଁ ତାଙ୍କୁ ଉତ୍ସାହିତ କରିଛନ୍ତି । ଏହି ଉତ୍ସବରେ ରାଜ୍ୟ ସେପାକ ଟାକ୍ରାଓ କ୍ରୀଡା ସଂଘର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ସାହୁ ଉପସ୍ଥିତ ଥିଲେ ।