କଟକ, ୦୨/୦୩: ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ବଡ଼ ଘୋଷଣା। ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି। ଆସନ୍ତା ୧୯ରୁ ସବଜେକ୍ଟିଭ୍ ଖାତା ଦେଖା ଆରମ୍ଭ ହେବ। ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ସହ ଶେଷ ହୋଇଛି। ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଥିଲା। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହୋଇଥିଲା।