ନୂଆଦିଲ୍ଲୀ, ୦୨/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ନୂଆଦିଲ୍ଲୀ ସର୍ବଦା ଶାନ୍ତି ଓ ସ୍ଥିରତା ପାଇଁ ଆହ୍ୱାନ ଜାରି ରଖିଛି। ଦୁଇଟି ଗଣତନ୍ତ୍ର ଏକତ୍ର ଠିଆ ହେଲେ, ଶାନ୍ତି ପାଇଁ ସେମାନଙ୍କ ସ୍ୱର ଆହୁରି ମଜବୁତ ହୋଇଯାଏ। ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର କାରଣ ହୋଇଛି। ଭାରତ ସମସ୍ତ ବିବାଦର ଆଲୋଚନା ଓ କୂଟନୀତିକ ପଥରେ ସମାଧାନକୁ ସମର୍ଥନ କରେ। ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି ଭାରତ। ଆପୋଷ ଆଲୋଚନା ଓ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ ହେବା ଉଚିତ। ନାଗରିକମାନଙ୍କର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଦେଶମାନଙ୍କ ସହ ସମ୍ପର୍କରେ ରହିବୁ।
Prev Post