ନୂଆଦିଲ୍ଲୀ, ୦୨/୦୩: ଇରାନ-ଆମେରିକା-ଇସ୍ରାଏଲ ହିଂସା ଧିରେ ଧିରେ ବିଶ୍ୱକୁ ବ୍ୟାପିଲାଣି। ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବି ଦେଖାଦେଇଛି ବିକ୍ଷୋଭ ପ୍ରଦର୍ଶନ। ଖାମେନେଇଙ୍କ ସମର୍ଥକ ମୌଳବାଦୀମାନେ ଆମେରିକା ବିରୋଧରେ ନାରା ଲଗାଇଛନ୍ତି।
ଏ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ଜମ୍ମୁ-କାଶ୍ମୀରର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି। ଆସନ୍ତା ଦୁଇ ଦିନ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର। କାଶ୍ମୀର ଉପତ୍ୟକାର ସମସ୍ତ ଦଶଟି ଜିଲ୍ଲାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ, କାଶ୍ମୀର ବିଶ୍ୱବିଦ୍ୟାଳୟ ସୋମବାର ଏବଂ ମଙ୍ଗଳବାର ପାଇଁ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି।
ଶ୍ରୀନଗରରେ ପୋଲିସ ଏବଂ ସୁରକ୍ଷା ବାହିନୀକୁ ବ୍ୟାପକ ପରିମାଣରେ ମୁତୟନ କରାଯାଇଛି, ସହର ମଧ୍ୟଭାଗରେ, ଲାଲ ଚୌକରେ ବ୍ୟାରିକେଡ୍ ଲଗାଯାଇଛି।