ଭୁବନେଶ୍ୱର, ୦୬/୦୩: ରାଜଧାନୀରେ ଚାଞ୍ଚଲ୍ୟ! ୨୪ ଘଣ୍ଟାରେ ତିନି ଶିଶୁ ନିଖୋଜ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଦୁଇ ଜଣ ନାବାଳିକା ଓ ଜଣେ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ଧଉଳି ଥାନା ଅଞ୍ଚଳରୁ ପ୍ରଦ୍ୟୁମ୍ନ ପ୍ରଧାନ (୧୨ ବର୍ଷ) ନାମକ ଜଣେ ନାବାଳକ ନିଖୋଜ ଅଛନ୍ତି। ଶେଷ ଥର ପାଇଁ ତାଙ୍କୁ ଏକ ସାଇକେଲ ଚଲାଉଥିବାର ଦେଖାଯାଇଥିଲା।
ସେହିପରି ସାଲିଆ ସାହିରୁ ଦୁଇ ଜଣ ନାବାଳିକା ନିଖୋଜ ଅଛନ୍ତି। ତାରିଣୀ ନଗରର ସୁମିତ୍ରା ଦେହୁରୀ ଓ ହାତିଆଶୁଣୀର ଶୁଭଶ୍ରୀ ନାୟକ ନିଖୋଜ ଅଛନ୍ତି।
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ସେମାନଙ୍କ ସମ୍ପର୍କରେ ସୂଚନା ପାଇଁ ଏକ ପୋଷ୍ଟର ଜାରି କରିଛି।
ଏଥି ସହ ନିଖୋଜ ଶିଶୁମାନଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି କମିଶନରେଟ ପୋଲିସ।