ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ

ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ନୂଆଦିଲ୍ଲୀ, ୦୬/୦୩: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ମୋଟ୍‌ ୯୫୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍‌, ତୃତୀୟରେ ଆକାଂଶ ଧୂଲ୍‌ ରହିଛନ୍ତି। ଚତୁର୍ଥରେ ରାଘବ ଝୁନ୍‌ଝୁନ୍‌ୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ୱଳ ପ୍ରିୟଙ୍କ ରହିଛନ୍ତି। ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ଓ ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର ରହିଛନ୍ତି।