ବାଲେଶ୍ବର, ୦୬/୦୩: କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଫେରାର। ବାଲେଶ୍ବର SC/ST କୋର୍ଟ ପରିସରରୁ କଏଦୀ ଫେରାର ହୋଇ ଯାଇଥିବା ଖବର ସାମନାକୁ ଆସିଛି।
କୋର୍ଟରେ ହାଜର ହୋଇ କୋର୍ଟ ଭ୍ୟାନ୍କୁ ଫେରିବା ବେଳେ ଚମ୍ପଟ ମାରିଛି ଅଭିଯୁକ୍ତ। ଫେରାର ବିଚାରାଧୀନ କଏଦୀ ହୋଇଛି ଶେଖ୍ ଇସ୍ତେଖାର୍। ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଗିରଫ ହୋଇଥିଲେ।
ସିଙ୍ଗଲା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବାଲେଶ୍ବର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଥିଲା ଶେଖ୍ ଇସ୍ତେଖାର୍।