ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ : ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତଟି ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ ।

ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ । ୨୫ତାରିଖ ସକାଳୁ ବାଂଲାଦେଶ ଉପକୂଳରେ ଅତିକ୍ରମ କରିବ ସ୍ଥଳଭାଗ । ବାଂଲାଦେଶର ତିନକୋଣା ଓ ସାନଦ୍ୱୀପ ମଝି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନରହିଲେ ବି ଉପକୂଳ ଜିଲ୍ଲା ଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବ । ୨୩ ତାରିଖରୁ ବର୍ଷା ହୋଇପାରେ ।