ଜେଲ୍‌ରେ ଭେଟାଭେଟି ହେବେ ବ୍ଲାକମେଲର ଦମ୍ପତ୍ତି

ଭୁବନେଶ୍ୱର: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲା । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି । କେବଳ ରବିବାର ଦିନ ହିଁ ଦେଖା ହେବାର ବ୍ୟବସ୍ଥା ରହିଛି ।

ଏହି ଅନୁସାରେ ଜେଲରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଦେଖା ହେବେ । ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ହେବ ଦେଖା ସାକ୍ଷାତ । ଏବେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି ।