ହାଇଟେକ୍ କ୍ରିକେଟ୍ ଲିଗ୍ ଉଦଯାପିତ
କ୍ରୀଡା ବିଦ୍ୟାର୍ଥୀଙ୍କ ମନରେ ଲଢୁଆ ମନୋଭାବ ସୃଷ୍ଟି କରିଥାଏ: ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର, ୧୮/୦୩: ହାଇଟେକ୍ ମେଡିକାଲ୍ କଲେଜ୍ ପରିସରରେ କ୍ରିକେଟ ଲିଗ୍ ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ଧରି ଚାଲିଥିବା ଏହି ଦିବାରାତ୍ର କ୍ରିକେଟ ଲିଗ୍ ମ୍ୟାଚରେ, ମୋଟ ୧୦ଟି ଦଳ ସାମିଲ ହୋଇଥିଲେ। ପୁରୁଷ ଫାଇନାଲ୍ ରେ କର୍ପୋରେଟ ଏକାଦଶ, ସୋଲାର ସର୍ଫରାସ କୁ ହରାଇ ଚାମ୍ପିୟାନ୍ ହୋଇଛି। କର୍ପୋରେଟ୍ ଏକାଦଶ ୩୧ରନ୍ରେ ବିଜୟୀ ହେବା ସହ ଚଳିତ ସିଜିନ୍ର ଚାମ୍ପିୟାନ୍ ହୋଇଛି। କିଷ୍ଟ୍ କ୍ୟୁଇନ୍ ୭୧ରନ୍ ରେ ବିଜୟୀ ହୋଇ ଚାମ୍ପିୟାନ୍ ହୋଇଛି। ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଚର ତିରୁପତି ପାଣିଗ୍ରାହୀ ପୁରୁଷ ଚାମ୍ପିୟାନ୍ ଟିମ୍ କର୍ପୋରେଟ୍ ଏକାଦଶକୁ ଏକଲକ୍ଷ ୫୦ହଜାର ଟଙ୍କା ଅର୍ଥରାଶି ସହ ଚାମ୍ପିୟାନ୍ସ୍ ଟ୍ରଫି ପ୍ରଦାନ କରିଥିବା ବେଳେ, ପୁରୁଷ ରନର୍ସ ଅପ୍ ଟିମ୍କୁ ୭୫ହଜାର ଟଙ୍କା ଅର୍ଥ ରାଶି ସହ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ମହିଳା ଚାମ୍ପିୟାନ୍ ଟମ୍କୁ ୪୦ ହଜାର ଟଙ୍କା ଅର୍ଥ ରାଶି ସହ ଚାମ୍ପିୟାନ୍ ଟ୍ରଫି ପ୍ରଦାନ କରିଥିବା ବେଳେ ମହିଳା ରନର୍ସ ଅପ୍ ଟିମ୍ କୁ ଟ୍ରଫି ସହ ୨୦ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ସମାରୋହରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୂସ୍ମିତା ପାଣିଗ୍ରାହୀ,ନିର୍ଦ୍ଦେଶକ ଡାକ୍ତର ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଅଙ୍କିତା ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ମନସ୍ତତ୍ତ୍ୱ ବିୠାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ପ୍ରଫେସର ଡକ୍ଟର କୁମରବର ଦାଶ, ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍ର ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ହାଇଟେକ୍ ଗ୍ରୁପ୍ର ଉପନିର୍ଦ୍ଦେଶକ ଅନୀଲ କୁମାର ପାଣିଗ୍ରାହୀ ଏହି କ୍ରୀଡାମହାକୁମ୍ଭକୁ ସଂଯୋଜନା କରିଥିବା ବେଳେ, ହାଇଟେକ୍ ଗ୍ରୁପର କ୍ରୀଡା ଓ ସଂସ୍କୃତି ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି, କ୍ରୀଡା ପ୍ରଶିକ୍ଷକ ସୁରେଶ କୁମାର ନାୟକ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।