ରାଜ୍ୟ ବିଜେପିର ବିଭିନ୍ନ ପଦାଧିକାରୀଙ୍କ ନାଁ ଘୋଷଣା

ବିଭିନ୍ନ ବିଭାଗ ପାଇଁ ୧୯ ଜଣ ରାଜ୍ୟ ସଂଯୋଜକଙ୍କ ନାଁ ଘୋଷଣା

ଭୁବନେଶ୍ୱର, ୧୯/୧୦: ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମିଡିଆ ସଂଯୋଜକ, ଆଇଟି ସଂଯୋଜକ, ସାମାଜିକ ଗଣମାଧ୍ୟମ ସଂଯୋଜକ, ଏବଂ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ନାମ ତାଲିକା ଘୋଷଣା କରାଯାଇଛି।

୭ ଉପସଭାପତି, ୩ ସାଧାରଣ ସଂପାଦକ, ୮ ସଂପାଦକ, ୧ କୋଷାଧ୍ୟକ୍ଷ, ୧ ସହ କୋଷାଧ୍ୟକ୍ଷ; ୧ କାର୍ଯ୍ୟାଳୟ ସଂପାଦକ, ୧ ସେଲ ଇନଚାର୍ଜ, ୩ ମିଡିଆ ସଂଯୋଜକ, ୨ ଆଇଟି ସଂଯୋଜକ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ୪ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ନାମ ତାଲିକା ଘୋଷଣା କରାଯାଇଛି।

ବିଭିନ୍ନ ବିଭାଗ ପାଇଁ ୧୯ ଜଣ ରାଜ୍ୟ ସଂଯୋଜକ ନାମ ତାଲିକା ଘୋଷଣା କରାଯାଇଥିବା ବେଳେ ୨୩ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ୨୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ୨୬ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି।