ଆରମ୍ଭ ହେବ ‘AI for ALL’

ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି

ଭୁବନେଶ୍ୱର, ୨୦/୦୩: ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ। AI ଶିକ୍ଷାକୁ ପ୍ରୋତ୍ସାହନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରସ୍ତୁତି କରିଛି। ଏ ନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

AI for ALL’ ପାଠ୍ୟକ୍ରମ ଜରିଆରେ AI ଶିକ୍ଷା ଦିଆଯିବ। ତେଣୁ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଖୋଲିଛି ‘AI & ROBOTICS CENTER of EXCELLENCE’। ସେହିପରି ସମ୍ବଲପୁର ସ୍ଥିତ ଷ୍ଟେଟ୍ ଓପନ୍‌ ୟୁନିଭର୍ସିଟିରେ ସ୍ନାତକୋତର କଳା ବିଭାଗରେ ଦ୍ୱିତୀୟ ସେମିଷ୍ଟରରେ AI ପଢ଼ାଯାଉଛି। ଏହା ବ୍ୟତୀତ, Wadhwani Foundation ଦ୍ୱାରା ସମ୍ବଲପୁର ଜିଲ୍ଲାର ୨୦ ଟି ମହାବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ AI Gene ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।