୧,୧୭୪ କିଲୋଗ୍ରାମର ‘ପଖାଳ’ ପରିବେଷଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଓଡ଼ିଶାର ପ୍ରିୟ ପଖାଳ
ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇଲା ପଖାଳ
ଭୁବନେଶ୍ଵର, ୨୦/୦୩/୨୦୨୬: ଓଡ଼ିଶାର ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ଏକାସାଙ୍ଗରେ ୧,୧୭୪ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରି ଏବଂ ଏକ ବିଶାଳ ପାତ୍ରରେ ପରିବେଷଣ କରି ‘ବୃହତ୍ତମ ଫର୍ମେଣ୍ଟେଡ୍ ରାଇସ୍ (ପଖାଳ) ପରିବେଷଣ’ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।
ଏହି ଅସାଧାରଣ କୃତି କେବଳ ଓଡ଼ିଶାର ସମୃଦ୍ଧ ରନ୍ଧନ ଶୈଳୀ ଓ ପରମ୍ପରାକୁ ସମ୍ମାନିତ କରୁନାହିଁ, ବରଂ ଓଡ଼ିଆ ସଂସ୍କୃତି ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ଆମର ପ୍ରିୟ ‘ପଖାଳ’କୁ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେଇଛି। ଏହି ସଫଳତା ଓଡ଼ିଶାର ଦେଶୀ ଖାଦ୍ୟ ପରମ୍ପରାକୁ ବିଶ୍ୱ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି। ଏହା ପ୍ରମାଣିତ କରିଛି ଯେ କିଭଳି ପଖାଳ ଭାତ ଏକ ସାଧାରଣ ଖାଦ୍ୟରୁ ଆଜି ସାଂସ୍କୃତିକ ଗର୍ବ ଏବଂ ବିଶ୍ୱସ୍ତରୀୟ ମାନ୍ୟତାର ପ୍ରତୀକ ପାଲଟିଛି।