ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ

ସର୍ଟ ସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ

ମାଲକାନଗିରି, ୨୧/୦୩: ସୀମାନ୍ତ ଆନ୍ଧ୍ରରେ ଘରୋଇ ବସ୍‌ରେ ଅଗ୍ନିକାଣ୍ଡ। ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ୍‌ ନିକଟରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବସ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। “Asian Smile” ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ବସ୍ ରେ ନିଆଁ ଲାଗି ଯାଇଥିଲା।

ଏହି ବସ୍ ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ତେବେ କୌଣସି ମୃତାହତ ଖବର ଆସିନାହିଁ। ବିଧାୟକଙ୍କ ସମେତ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।