ମାରିକି ବସ୍ତାରେ ପୂରାଇ ଫିଙ୍ଗିଦେଲେ

ବାଉଁଶ ବଣରୁ ମିଳିଲା ମୃତଦେହ

କରଞ୍ଜିଆ, ୨୧/୦୩: ବସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କରଞ୍ଜିଆ ଥାନା ବଣସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାଁ ମାନସୀ ବିନ୍ଧାଣୀ, ସେ ସରସ୍ୱତୀ ବିଦ୍ୟା ମନ୍ଦିର ସ୍କୁଲର ଛାତ୍ରୀ ଥିଲେ। ମୃତ ଛାତ୍ରୀ ଜଣଙ୍କ ଗତକାଲି ସଂଧ୍ୟାରୁ ନିଖୋଜ ଥିଲେ।

ସେ ତାଙ୍କ ଘର ପଛ ପଟେ ରୋଷେଇ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କରିବା ସହ ନିକଟସ୍ଥ ଥାନାରେ ଖବର ଦେଇଥିଲେ। ଆଜି ସ୍ଥାନୀୟ ଲୋକେ ନିକଟସ୍ଥ ଏକ ବାଉଁଶ ବଣ ନିକଟରୁ ଏକ ପ୍ଲାଷ୍ଟିକ ବସ୍ତା ଦେଖିବାକୁ ପାଇଥିଲେ। କିଛି ଅସ୍ୱାଭାବିକ ଲାଗିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତାଟିକୁ ଖୋଲିବା ପରେ ସେଥିରେ ନାବାଳିକାଙ୍କ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି।